ଯୁମେ ଗୋପନୀୟତା ନୀତି


ଏହି ଗୋପନୀୟତା ନୀତି ସେମାନଙ୍କ ସେବା ଶକାସେ ସଂକଳିତ କରାଯାଇଛି ଯେଉଁମାନେ ତାଙ୍କ "ବ୍ୟକ୍ତିଗତ ରୁପେ ଚିହ୍ନଟ କରାଯାଇ ପାରୁଥିବା ସୂଚନା" (ପିଆଇ୍ଆଇ୍) ଅନ୍‌ଲାଇ୍‌ନ୍‌ରେ କିଭଳି ବ୍ୟବହାର କରାଯାଏ ବୋଲି ଚିନ୍ତିତ ଅଟନ୍ତି | ଏହି ପିଆଇ୍ଆଇ୍, ଯୁକ୍ତରାଷ୍ଟ୍ର‌ର ଗୋପନୀୟତା ଆଇନ ଓ ସୂଚନା ସୁରକ୍ଷାରେ ଯେପରି ବର୍ଣ୍ଣନା କରାଯାଇଛି, ଏପ୍ରକାର ସୂଚନା ଯାହା ସ୍ୱଂୟ ଅଥବା ଅନ୍ୟ ସୂଚନା ସହ ବ୍ୟବହାର କରି ଚିହ୍ନଟ କରିବାକୁ, ସମ୍ପର୍କ କରିବାକୁ, ଜଣେ ବ୍ୟକ୍ତିଙ୍କୁ ଠାବ କରିବାକୁ, ଅଥବା ଜଣେ ବ୍ୟକ୍ତିଙ୍କୁ ପ୍ରସଙ୍ଗରେ ଚିହ୍ନଟ କରିବାକୁ ବ୍ୟବହାର କରାଯାଇ ପାରେ | ଦୟାକରି ଆମ ଗୋପନୀୟତା ନୀତି ସ୍ୱଷ୍ଟ ରୁପେ ବୁଝିପାଇବାକୁ ଜାଗ୍ରତ ସହକାରେ ପଢ଼ନ୍ତୁ ଯେ ଆମେ କିପରି ସୂଚନା ସଂଗ୍ରହ, ବ୍ୟବହାର, ସୁରକ୍ଷା ଅଥବା ବ୍ୟକ୍ତିଗତ ରୁପେ ଚିହ୍ନଟ କରାଯାଇ ପାରୁଥିବା ସୂଚନାକୁ ଆମ ୱେବ୍‍ସାଇଟ୍‌ ଅନୁସାରେ ଅନ୍ୟଥା କିପରି ଧାରଣ କରିଥାଉ |

ସାମାଜିକ ସାଇନ୍-ଅନ୍‌ ଲଗିନ୍‍ଗୁଡ଼ିକ କିପ୍ରକାର ଅନୁମତିସବୁ ମାଗିଥାଏ ?

  • ସାର୍ବଜନୀକ ପ୍ରୋଫାଇଲ୍‌ | ଏଥିରେ କିଛି ଉପଯୋଗ କର୍ତ୍ତାଙ୍କ ନିଶ୍ଚିତ ତ‍ଥ୍ୟ ଯେପରିକି ଆଇ୍‌ଡି, ନାମ, ଛବି, ଲିଙ୍ଗ ଓ ସ୍ଥାନ ଅନ୍ତର୍ଭୁକ୍ତ ଅଟେ |
  • ଇମେଲ୍‌ ଠିକଣା |

ଆମ ୱେବ୍‌ସାଇଟ୍‌ ଯୋଗେ ଆମେ ଲୋକଙ୍କ ଠାରୁ କିପ୍ରକାର ସୂଚନା ସଂଗ୍ରହ କରିଥାଉ ?

  • ମୌଳିକ ସାମାଜିକ ପ୍ରୋଫାଇଲ୍ (ଯଦି ବ୍ୟବହୃତ) ସୂଚନା ଏବଂ ଇମେଲ୍‌ |
  • ଅଧିବେଶନ ଏବଂ ପାଠ୍ୟକ୍ରମ କାର୍ଯ୍ୟକଳାପ |
  • ସାଧାରଣ ସ୍ଥାନର ଦୂରତାମାପକ, ଯାହାଦ୍ୱାରା ଆମେ ତାଲିମ୍ କେଉଁ ଦେଶରେ ବ୍ୟବହୃତ ହେଉଛି ତାହା ଜାଣିପାରୁ |

ଆମେ ସୂଚନା କେତେବେଳେ ସଂଗ୍ରହ କରୁ ?

  • ଆମେ ଲଗିନ୍‌ ସମୟରେ ସୂଚନା ସଂଗ୍ରହ କରୁ |
  • ତାଲିମ୍‌ ସମୟରେ ଆପଣଙ୍କ ପ୍ରଗତି ଉପରେ ମଧ୍ୟ ଆମେ ନଜର ରଖୁ |

ଆମେ ଆପଣଙ୍କ ସୂଚନା କିପରି ବ୍ୟବହାର କରୁ ?

  • ଆମେ ଆପଣଙ୍କ ସୂଚନା ଆପଣଙ୍କ ଇମେଲ୍ ଠିକଣାକୁ ଆଧାର କରି ଯୁମେରେ ଉପଯୋଗକର୍ତ୍ତା ସୃଷ୍ଟି କରିବାକୁ ବ୍ୟବହାର କରିଥାଉ |
  • ଆମେ ଆପଣଙ୍କ ପାସ୍‌ୱାର୍ଡ୍‌ (ପ୍ରବେଶ ସଂକେତ) ପୁନଃସ୍ଥାପନ ଅନୁରୋଧ ଓ ସିଷ୍ଟମ୍‍ ସୂଚନା ଭଳି ମୌଳିକ ଦେଣନେଣ ପାଇଁ ଇମେଲ୍ କରିବୁ |
  • ଆପଣଙ୍କ ତାଲିମ୍‌ର ପ୍ରଗତି ଉପରେ ନିର୍ଭର କରି ଆମେ ଆପଣଙ୍କୁ ସାମୟିକ ଅନୁସ୍ମାରକ ଓ ପ୍ରୋତ୍ସାହଜନକ ଇମେଲ୍‌ ସବୁ ପଠା‍ଇବୁ |

ଆମେ ଆପଣଙ୍କ ସୂଚନାର କିପରି ସୁରକ୍ଷା କରୁ ?

ଆମେ ଓନ୍‌ଲାଇନ୍ ରେ ସଞ୍ଚାର ହେଉଥିବା ସୂଚନାର ସୁରକ୍ଷା ଶକାସେ ଏନ୍‍କ୍ରିପ୍‌ସନ୍‌ର ବ୍ୟବହାର କରିବା ସଙ୍ଗେସଙ୍ଗେ, ଅଫ୍‍ଲାଇନ୍‌ରେ ମଧ୍ୟ ଆପଣଙ୍କ ସୂଚନାର ସୁରକ୍ଷା କରିଥାଉ ? କେବଳ ଦଳର ସଦସ୍ୟ ଯେଉଁମାନେ ଏକ ନିର୍ଦ୍ଧିଷ୍ଟ କାର୍ଯ୍ୟ (ଉଦାହରଣ ସ୍ୱରୁପ, ୱେବ୍‍ ସୁପରିବାହକ କିମ୍ବା ଗ୍ରାହକ ସେବା) କରିଥାନ୍ତି ସେମାନଙ୍କୁ ବ୍ୟକ୍ତିଗତ ରୁପେ ଚିହ୍ନଟ କରାଯାଇ ପାରୁଥିବା ସୂଚନାର ପ୍ରବେଶ ଅଧିକାର ଦିଆଯାଇଥାଏ |

ଆପଣଙ୍କ ବ୍ୟକ୍ତିଗତ ସୂଚନା ଏକ ସୁରକ୍ଷିତ ନେଟ୍‌ୱାର୍କ୍‌ ପଛରେ ଧାରଣ କରି ରଖାଯାଇଛି, ଏବଂ ଅତି ସୀମିତ ଲୋକଙ୍କ ପହଞ୍ଚରେ ଓ ଏହି ସିଷ୍ଟମ୍‌କୁ ଯେଉଁମାନଙ୍କୁ ସ୍ୱତନ୍ତ୍ର ଅଧିକାର ଦିଆଯାଇଛି ଏବଂ ସୂଚନାକୁ ଗୋପନୀୟ ରଖିବାକୁ ଆବଶ୍ୟକ କରନ୍ତି କେବଳ ସେମାନେ ହିଁ ପହଞ୍ଚି ପାରନ୍ତି | ଅଧିକ ରୁପେ, ଆପଣ ଯୋଗାଇଥିବା ସମସ୍ତ ସମ୍ବେଦନଶୀଳ/ଋଣ ସୂଚନା ସେକ୍ୟୁର୍‍ ସୋକେଟ୍ ଲେୟାର୍ (ଏସ୍‌ଏସ୍‌ଏଲ୍‌) ଟେକ୍ନୋଲୋଜି ଯୋଗେ ଏନ୍‌କ୍ରିପ୍ଟ୍‍ କରାଯାଇଛି |

ଆପଣଙ୍କ ବ୍ୟକ୍ତିଗତ ସୂଚନାର ସୁରକ୍ଷା ନିମନ୍ତେ ଯେତେବେଳେ କୌଣସି ଉପଯୋଗକର୍ତ୍ତା ସୂଚନା ଦାଖଲ ଅଥବା ପ୍ରବେଶ କରିବା ସମୟରେ ଆମେ ଅନେକ ସୁରକ୍ଷା ପରିମାପକ ଲାଗୁ କରିଥାଉ |


ଆମେ "କୁକିସ୍‌" ବ୍ୟବହାର କରୁ କି?

କୁକିସ୍‌ର - ଅଥବା ଅନ୍ୟ ଠାବ କରିବା ଉପକରଣର କୌଣସି ବ୍ୟବହାର - ଏହି ଆପ୍ଲିକେଶନ୍‌ ଦ୍ୱାରା କିମ୍ୱା ଏତଦ୍ୱାରା ବ୍ୟବହୃତ କୌଣସି ତୃତୀୟ ପକ୍ଷ ସେବାଗୁଡ଼ିକ ଦ୍ୱାରା, ଯଦି ବ୍ୟକ୍ତ ହୋଇନଥିଲେ, ଉପଯୋଗକର୍ତ୍ତାଙ୍କ ଅଭିରୁଚିକୁ ଚିହ୍ନଟ କରିବା ସେବାରେ, ଓ ଉପଯୋଗକର୍ତ୍ତାଙ୍କ ଆବଶ୍ୟକୀୟ ସେବା ଯୋଗାଇବା ଉଦ୍ଦେଶ୍ୟରେ ମାତ୍ର ବ୍ୟବହାର କରାଯାଇଥାଏ |

ସଂଗ୍ରହ କରାଯାଇଥିବା ବ୍ୟକ୍ତିଗତ ତ‍ଥ୍ୟ: ନାମ, ଇମେଲ୍ |


ଆପଣଙ୍କ ପହଞ୍ଚ ଓ ସୂଚନା ଉପରେ ନିୟନ୍ତ୍ରଣ |

ଯେକୌଣସି ସମୟରେ ଆପଣ ଆମ ଭବିଷ୍ୟତ୍ ସମ୍ପର୍କରୁ ବାହାରିଯିବାକୁ ମନୋନୟନ କରିପାରନ୍ତି | ଆମର ଇମେଲ୍‌ ଠିକଣା ଯୋଗେ ଆପଣ ଆମକୁ ଯେକୌଣସି ସମୟରେ ଯୋଗାଯୋଗ କରି ନିମ୍ନଲିଖିତ ବିଷୟ କରିପାରିବେ:

ଆମ ସହିତ ରହିଥିବା ଆପଣଙ୍କ କାର୍ଯ୍ୟକଳାପରୁ ଆମେ କିପ୍ରକାର ତ‍ଥ୍ୟ ସବୁ ସମଷ୍ଠି କରିଅଛୁ ଦେଖନ୍ତୁ |

  • ଆମ ସହିତ ଥିବା ଆପଣଙ୍କ ତ‍ଥ୍ୟ ପରିବର୍ତ୍ତନ/ସୁଧାର କରନ୍ତୁ |
  • ଆମ ପାଖରେ ଥିବା ଆପଣଙ୍କ କୌଣସି ତ‍ଥ୍ୟ ବିଲୋପ କରନ୍ତୁ |
  • ଆପଣଙ୍କ ତ‍ଥ୍ୟକୁ ଆମେ ବ୍ୟବହାର କରୁଥିବା ବିଷୟରେ କୌଣସି ଚିନ୍ତା ଥିଲେ ବ୍ୟକ୍ତ କରନ୍ତୁ |

ଅଦ୍ୟତନସମୁହ

ଆମ ଗୋପନୀୟତା ନୀତି ସମୟ ସମୟରେ ବଦଳି ଥାଏ ଏବଂ ସମସ୍ତ ଅଦ୍ୟତନ ଏହି ପୃଷ୍ଠାରେ ପୋଷ୍ଟ କରାଯିବ |



ଯୁମେ ପରିଯୋଜନାର ଲକ୍ଷ:

ଗ୍ରିକ୍‍ ଭାଷାରେ ଯୁମେର ଅର୍ଥ ହେଉଛି ଖମୀର | ମାଥିଉ ୧୩:୩୩ ରେ ଯୀଶୁଙ୍କୁ ଏପରି କହିବା ଉଦ୍ଧୃତ କରାଯାଇଛି, "ସ୍ୱର୍ଗ ରାଜ୍ୟ ଏକ ସ୍ତ୍ରୀଙ୍କ ଭଳି ଯିଏ ଖମୀର ନେଇ ବହୁତ ପରିମାଣରେ ଥିବା ମଇଦାରେ ମିଶ୍ରଣ କଲେ ଆଉ ସମସ୍ତ ଖମୀରମୟ ହେଲା" ଏହା ଚିତ୍ରିତ କରେ ଯେ କିପରି ସାଧାରଣ ଲୋକେ, ସାଧାରଣ ସାଧନ ବ୍ୟବହାର କରି, ଈଶ୍ୱରଙ୍କ ରାଜ୍ୟ ଶକାସେ ଅଦ୍ଭୁତ ପ୍ରଭାଗ ଆଣି ପାରିବେ | ଯୁମେ ସାଧାରଣ ବିଶ୍ୱାସୀ ମାନଙ୍କୁ ସୁସଜ୍ଜିତ କରିବା ଓ କ୍ଷମତା ଦେବାର ଲକ୍ଷ ରଖେ ଯିଏ ଆମ ପିଢ଼ିରେ ବହୁଗୁଣିତ ହେଉଥିବା ଶିଷ୍ୟମାନଙ୍କ ସହ ଭୁମଣ୍ଡଳକୁ ସିକ୍ତ କରିବେ |

ଯୁମେ ଅନଲାଇନ୍‌ ମଞ୍ଚର ବ୍ୟବହାର କରି ଅଂଶଗ୍ରହଣକାରୀ ମାନଙ୍କୁ ମୌଳିକ ଶିଷ୍ୟ-ନିର୍ମାଣ ଓ ସରଳ ମଣ୍ଡଳୀ ସ୍ଥାପନର ବହୁଗୁଣିତ କରିବା ସିଦ୍ଧାନ୍ତ, ପ୍ରକ୍ରିୟା ଏବଂ ପ୍ରଥା ବିଷଯରେ ସୁସଜ୍ଜିତ କରିଥାଏ |

ଭାଷା


English English
العربية Arabic
العربية - الأردن Arabic (Jordanian)
العربية التونسية Arabic (Tunisian)
Armenian Armenian
Sign Language American Sign Language
বাংলা Bengali (India)
भोजपुरी Bhojpuri
Bosanski Bosnian
中文(繁體,香港) Cantonese (Traditional)
中文(简体) Chinese (Simplified)
中文(繁體) Chinese (Traditional)
Hrvatski Croatian
Français French
Deutsch German
ગુજરાતી Gujarati
Hausa Hausa
हिन्दी Hindi
Bahasa Indonesia Indonesian
Italiano Italian
ಕನ್ನಡ Kannada
한국어 Korean
کوردی Kurdish
ພາສາລາວ Lao
𑒧𑒻𑒟𑒱𑒪𑒲 Maithili
മലയാളം Malayalam
मराठी Marathi
नेपाली Nepali
ଓଡ଼ିଆ Oriya
فارسی Persian/Farsi
Polski Polish
Português Portuguese
ਪੰਜਾਬੀ Punjabi
Русский Russian
Română Romanian
Slovenščina Slovenian
Soomaali Somali
Español Spanish
Kiswahili Swahili
தமிழ் Tamil
తెలుగు Telugu
ไทย Thai
Türkçe Turkish
اردو Urdu
Tiếng Việt Vietnamese
Yorùbá Yoruba